ଆମ ବିଷୟରେ
ଆମର ଇତିହାସ
୨୦୦୧ ମସିହାରେ ପ୍ରତିଷ୍ଠିତ, ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ ଆମ ସମ୍ପ୍ରଦାୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ, ଆମେ ଏକ ଛୋଟ ପ୍ରାଥମିକ ବିଦ୍ୟାଳୟରୁ ଏକ ବ୍ୟାପକ ଉଚ୍ଚ ମାଧ୍ୟମିକ ଅନୁଷ୍ଠାନକୁ ବିକଶିତ ହୋଇଛୁ, ଯାହା ଶୈକ୍ଷିକ ଉତ୍କର୍ଷ ଏବଂ ସାମଗ୍ରିକ ବିକାଶ ପାଇଁ ସ୍ୱୀକୃତିପ୍ରାପ୍ତ।
ଆମର ଦୃଷ୍ଟିକୋଣ
ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର ଏକ କେନ୍ଦ୍ର ହେବା ଯାହା ଦୃଢ ନୈତିକ ମୂଲ୍ୟବୋଧ, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଆଜୀବନ ଶିକ୍ଷଣ ପ୍ରତି ଆଗ୍ରହ ସହିତ ବିଶ୍ୱ ନାଗରିକମାନଙ୍କୁ ପୋଷଣ କରେ।
ଆମର ପ୍ରତିଷ୍ଠାତା

ଆମର ଲକ୍ଷ୍ୟ
ଆମକୁ ଏପରି ଏକ ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେବ, ଯାହା ଦ୍ୱାରା ଏକ ପୂର୍ଣ୍ଣାଙ୍ଗ ତଥା ସଂସ୍କାରିତ ଯୁବ ସମାଜର ନିର୍ମାଣ ହୋଇପାରିବ । ଯେଉଁ ମାନବର ଜୀବନର ପ୍ରତିଟି ମୁହୂର୍ତ୍ତ ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହୋଇ ମୁଖରେ ପ୍ରସନ୍ନତା, ଶରୀରରେ ଅସୀମବଳ, ମନରେ ପ୍ରଚଣ୍ଡ ଇଚ୍ଛାଶକ୍ତି, ବୁଦ୍ଧିରେ ପାଣ୍ଡିତ୍ୟ, ଜୀବନରେ ସ୍ୱାବଲମ୍ବନ, ଅଧ୍ୟୟନରେ ରୁଚି, ବଚନରେ ମଧୁରତା, ନିସ୍ୱାର୍ଥ ପର ଭାବନା, ସ୍ୱଦେଶ ଓ ସ୍ୱଭାଷା ପ୍ରତି ମମତା, ସମାଜ ପ୍ରତି ଆତ୍ମୀୟତା, ମାତୃଭୂମି ପ୍ରତି ନିଷ୍ଠା, ନିୟମିତ ଶାରୀରିକ ଅଭ୍ୟାସ, ଅନ୍ତର ଓ ବାହ୍ୟ ସ୍ୱଚ୍ଛତା ଏବଂ ହୃଦୟରେ ଶିବାଜୀ, ଏକଲବ୍ୟ, ରାମକୃଷ୍ଣ, ବିବେକାନନ୍ଦ, ନେତାଜୀ ଓ ଧ୍ରୁବ ପ୍ରହଲ୍ଲାଦଙ୍କ ଜୀବନ ଚରିତ ଅଙ୍କିତ କରିପାରିବ । ଉପଯୋଗୀ, ବିନୀତ ନାଗରିକ ହୋଇ ଜୀବନର ସାଂପ୍ରତିକ ଆହ୍ୱାନ ଗୁଡିକର ସଫଳତା ପୂର୍ବକ ସାମ୍ନା କରିପାରିବ । ଦୀନ, ଦୁଃଖୀ, ଅଜ୍ଞାନୀ, ଅଭାବ ଗ୍ରସ୍ତ ବହୁ ମାନସ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତ କରାଇ ରାଷ୍ଟ୍ର ଜୀବନକୁ ସମରସ, ସୁସମ୍ପନ୍ନ ଓ ଶିଷ୍ଟତ ସୁନ୍ଦର କରି ଗଢି ତୋଳିବା ପାଇଁ ସମର୍ପିତ ହେବ ।।
