
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦକୁ ସ୍ୱାଗତ
ମନର ପୋଷଣ, ଭବିଷ୍ୟତର ନିର୍ମାଣ। ୨୦୦୧ ରୁ ଶିକ୍ଷାରେ ଉତ୍କର୍ଷ।
ହାର୍ଦ୍ଦିକ ସ୍ୱାଗତ
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ, ଓଡ଼ିଶା
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦରେ, ଆମେ ଯୁବ ମନକୁ ପୋଷଣ କରିବାକୁ ଏବଂ ସେମାନଙ୍କୁ ଆତ୍ମବିଶ୍ୱାସୀ, ଦାୟିତ୍ୱବାନ ଏବଂ କରୁଣାମୟ ବିଶ୍ୱ ନାଗରିକ ଭାବରେ ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ଏକ ପ୍ରଗତିଶୀଳ ଶିକ୍ଷା ଦୃଷ୍ଟିକୋଣ ସହିତ ଏକାଡେମିକ୍ ଉତ୍କର୍ଷର ଏକ ସମୃଦ୍ଧ ପରମ୍ପରାକୁ ଏକତ୍ର କରୁ।
ଅଧିକ ପଢନ୍ତୁ
ଆମର ଲକ୍ଷ୍ୟ
ଆମକୁ ଏପରି ଏକ ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେବ, ଯାହା ଦ୍ୱାରା ଏକ ପୂର୍ଣ୍ଣାଙ୍ଗ ତଥା ସଂସ୍କାରିତ ଯୁବ ସମାଜର ନିର୍ମାଣ ହୋଇପାରିବ । ଯେଉଁ ମାନବର ଜୀବନର ପ୍ରତିଟି ମୁହୂର୍ତ୍ତ ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ହୋଇ ମୁଖରେ ପ୍ରସନ୍ନତା, ଶରୀରରେ ଅସୀମବଳ, ମନରେ ପ୍ରଚଣ୍ଡ ଇଚ୍ଛାଶକ୍ତି, ବୁଦ୍ଧିରେ ପାଣ୍ଡିତ୍ୟ, ଜୀବନରେ ସ୍ୱାବଲମ୍ବନ, ଅଧ୍ୟୟନରେ ରୁଚି, ବଚନରେ ମଧୁରତା, ନିସ୍ୱାର୍ଥ ପର ଭାବନା, ସ୍ୱଦେଶ ଓ ସ୍ୱଭାଷା ପ୍ରତି ମମତା, ସମାଜ ପ୍ରତି ଆତ୍ମୀୟତା, ମାତୃଭୂମି ପ୍ରତି ନିଷ୍ଠା, ନିୟମିତ ଶାରୀରିକ ଅଭ୍ୟାସ, ଅନ୍ତର ଓ ବାହ୍ୟ ସ୍ୱଚ୍ଛତା ଏବଂ ହୃଦୟରେ ଶିବାଜୀ, ଏକଲବ୍ୟ, ରାମକୃଷ୍ଣ, ବିବେକାନନ୍ଦ, ନେତାଜୀ ଓ ଧ୍ରୁବ ପ୍ରହଲ୍ଲାଦଙ୍କ ଜୀବନ ଚରିତ ଅଙ୍କିତ କରିପାରିବ । ଉପଯୋଗୀ, ବିନୀତ ନାଗରିକ ହୋଇ ଜୀବନର ସାଂପ୍ରତିକ ଆହ୍ୱାନ ଗୁଡିକର ସଫଳତା ପୂର୍ବକ ସାମ୍ନା କରିପାରିବ । ଦୀନ, ଦୁଃଖୀ, ଅଜ୍ଞାନୀ, ଅଭାବ ଗ୍ରସ୍ତ ବହୁ ମାନସ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତ କରାଇ ରାଷ୍ଟ୍ର ଜୀବନକୁ ସମରସ, ସୁସମ୍ପନ୍ନ ଓ ଶିଷ୍ଟତ ସୁନ୍ଦର କରି ଗଢି ତୋଳିବା ପାଇଁ ସମର୍ପିତ ହେବ ।।
ସର୍ବଶେଷ ବିଜ୍ଞପ୍ତି
ଆଗାମୀ କାର୍ଯ୍ୟକ୍ରମ
ନାମଲେଖା ଆରମ୍ଭ ୨୦୨୬-୨୭
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦରେ ଯୋଗ ଦିଅନ୍ତୁ ଏବଂ ଆପଣଙ୍କ ପିଲାଙ୍କୁ ଆଧୁନିକ ଦୁନିଆରେ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରନ୍ତୁ।
ଆମର ପ୍ରତିଷ୍ଠାତା
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ ଏପରି ଶିକ୍ଷାର ସ୍ୱପ୍ନ ଉପରେ ପ୍ରତିଷ୍ଠିତ ହୋଇଥିଲା ଯାହା ଜ୍ଞାନ ସହିତ ଚରିତ୍ର ମଧ୍ୟ ଗଢ଼େ। ସେହି ଦୃଷ୍ଟି ଆଜି ମଧ୍ୟ ଆମକୁ ପଥ ଦେଖାଉଛି।
Acharya Arun Kumar Sahoo
ପ୍ରତିଷ୍ଠାତା

ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ବିଜ୍ଞାପନ
ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ, ଓଡ଼ିଶାଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତରେ ରାଷ୍ଟ୍ରୀୟ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି ଦିଆଯାଉଅଛି। ପୂର୍ବରୁ ଚାଲୁଥିବା ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଅନୁବନ୍ଧିତ ହେବା ନିମନ୍ତେ ଆବେଦନ କରିପାରିବେ।
ଆମେ ବିଶ୍ୱାସ କରୁ
ବିଭିନ୍ନ ଜିଲ୍ଲାର ବିଭାଗ ପ୍ରମୁଖଙ୍କୁ କିମ୍ବା ସିଧାସଳଖ ଯୋଗାଯୋଗ କରିପାରିବେ:
କାଳନ୍ଦୀ ଚରଣ ସାହୁ
କ୍ୟାମ୍ପସ୍ ଗ୍ୟାଲେରୀ
ଆର୍.ଏସ୍.ଭି.ପି, ଓଡ଼ିଶାର ଜୀବନର ଝଲକ


